Mahaprabhunka Mahsnana(ମହାପ୍ରଭୁଙ୍କ ମହାସ୍ନାନ ସ୍ନାନ ପୂର୍ଣ୍ଣିମା ବା ସ୍ନାନଯାତ୍ରା)
642 views · Published 28 June 2018 · 2:44 · Indexed 23 October 2026
Channel: Odisha Links · 2018 · Entertainment
ଏମିତି ଠାକୁର ଯିଏ ଆପଣରେ ଆନନ୍ଦିତ ହୁଏ ଆଉ ତୁ ରେ ନିଜର ମନେ ହୁଏ । ଏମିତି ଠାକୁର ଯିଏ ଚେତାଇ ଦିଏ ଆରମ୍ଭ ହିଁ ଶେଷ । ଯାହାର ପ୍ରତିଟି ରୀତି ନୀତି ଏବଂ ପରମ୍ପରା ଅଯୌକ୍ତିକ କିମ୍ବା ବାଧ୍ୟ ବାଧ୍ୟକତା ନୁହେଁ ବରଂ ଯୁକ୍ତିସଙ୍ଗତ ଏବଂ ଆବଶ୍ୟକତା । ସେଥିପାଇଁ ବୋଧେ ପବିତ୍ର ସ୍ନାନ ଯାତ୍ରାର ପରିକଳ୍ପନା ସ୍ନାନ ପୂର୍ଣ୍ଣିମା ତିଥିରେ । ଏହି ତିଥିକୁ ମହାପ୍ରଭୂଙ୍କ ଜନ୍ମତିଥି ବୋଲି କୁହାଯାଏ ଏବଂ ଆବିର୍ଭାବ ପରେ ପ୍ରଥମ ତିଥି ହୋଇଥିବାରୁ ଏହାକୁ ଆଦ୍ୟ ଲୀଳା ମଧ୍ୟ କୁହାଯାଏ । ସାରା ବିଶ୍ୱରେ ଜଗନ୍ନାଥ ସଂସ୍କୃତି ଏକ ମାତ୍ର ସଂସ୍କୃତି ଯେଉଁଥିରେ ସମସ୍ତ ମତବାଦର ଅପୂର୍ବ ମିଳନ ଦେଖାଦିଏ । ଏହି ସ୍ନାନ ଦିବସରେ ଗଜପତି ମହାରାଜଙ୍କ ସେବା ସାମ୍ୟବାଦର ଅପୂର୍ବ ଉଦାହରଣ । କିମ୍ବଦନ୍ତୀ ବର୍ଣ୍ଣନା ଅନୁଯାୟୀ, ଦାରୁବ୍ରହ୍ମଙ୍କୁ ଏହି ତିଥିରେ ଆଦ୍ୟ ସ୍ନାନ କରାଇଥିଲେ ଗଜପତି ଇନ୍ଦ୍ରଦ୍ୟୁମ୍ନ । ତା ପରଠାରୁ ଜ୍ୟେଷ୍ଠପୂର୍ଣ୍ଣିମା ତିଥିକୁ ସ୍ନାନ ପୂର୍ଣ୍ଣିମା ରୂପେ ପାଳନ କରାଯାଉଛି । ସେତେବେଳେ ସ୍ନାନମଣ୍ଡପ ନଥିବାରୁ ଏକ କାଠ ମଞ୍ଚରେ ଏହି ନୀତି ସମାପନ ହୋଇଥିଲା । ସେଥିପାଇଁ ଏହାକୁ ମଞ୍ଚସ୍ନାନ ମଧ୍ୟ କୁହାଯାଏ । ଏହି ଅବସରରେ ମନ୍ଦିର ପ୍ରବେଶ ନଥିବା ସମସ୍ତ ଜନସାଧାରଣ ଚତୁର୍ଦ୍ଧା ମୂର୍ତ୍ତି ଦର୍ଶନ କରିବାର ସୌଭାଗ୍ୟ ପାଉଥିବାରୁ ଏହାକୁ ପତିତପାବନ ଲୀଳା ମଧ୍ୟ କୁହାଯାଏ । ସ୍ନାନପାଇଁ ଶ୍ରୀମନ୍ଦିରରେ ଶୀତଳା ଠାକୁରାଣୀଙ୍କ ମନ୍ଦିର ନିକଟରେ ଥିବା ସୁନାକୂଅରୁ ୧୦୮ କଳସ ଅଣତୁଠ ପାଣି ଅଣାଯାଏ । ପ୍ରାଚୀନ ଓଡ଼ିଶାରେ ନବଜନ୍ମିତଙ୍କୁ ଏପରି ଅଣତୁଠ ମିଶ୍ରିତ ପାଣିରେ ଗାଧୋଇବାର ପରମ୍ପରା ଥିଲା ।
More from this channel
-
0:13
PAHANDI DURING RATH YATRA (RATHA JATRA) in PURI
-
0:54
Naveen Patnaik & Olly at Kalinga Stadium (Asian Athletics Championship)
-
4:25
LE LE LE BOULA FAMOUS SAMBALPURI SONG RAJDHANITHE NUAKHAI
-
3:47
RAVAN PODI RAVAN DAHAN VIJAYADASHAMI 2017 AT BARMUNDA BHUBANESWAR
-
8:48
SINDUR KHELA KALIBADI ASHOKNAGAR BHUBANESWAR
-
3:00
Nation remembers Mahatma Gandhi on his death anniversary
-
10:45
Odissi Dance By Aloka Kanungo Kumar Utsav Rabindra Mandap Bhubaneswar
-
4:25
Annual teracota Exhibition 2017 at IDCO Exhibition Ground - MURTIKA