how to know fake apps in Android mobile କେଉଁଟା ନକଲି ଆପ୍ଲିକେସନ୍‌ ଜାଣିବେ କିପରି

34 views · Published 19 December 2016 · 6:18 · Indexed 14 November 2026

Channel: A1 CREATIVES STUDIO · 2016 · Howto & Style

Watch on YouTube

Declaimer: Used for Educational OR REVIEW purpose only.
କେଉଁଟା ନକଲି ଆପ୍ଲିକେସନ୍‌ ଜାଣିବେ କିପରି
ଗୁଗଲ ପ୍ଲେ ଷ୍ଟୋରରେ ଅନେକ ସମୟରେ ଦେଖିବାକୁ ମିଳିଥାଏ ଯେ ଗୋଟିଏ ଆପ୍ଲିକେସନ୍‌ ନାମରେ ଅନେକ ଆପ୍ଲିକେସନ୍‌ ରହିଥାଏ। ଏ ପରିସ୍ଥିରେ ବ୍ୟବହାରକାରୀଙ୍କୁ କେଉଁଟା ଅସଲି ଓ କେଉଁଟା ନକଲି ଆପ୍ଲିକେସନ୍‌ ତାହା ପରିଖିବାରେ ଅନେକ ଅସୁବିଧା ହୋଇଥାଏ। ନକଲି ଆପ୍ଲିକେସନ୍‌କୁ ଡାଉନ୍‌ଲୋଡ କରିବା ଦ୍ୱାରା ଆପଣଙ୍କ ସମୟ ଓ ଡାଟା ତ ନଷ୍ଟ ହୋଇଥାଏ, ଏଥିସହିତ ସ୍ମାର୍ଟଫୋନ୍‌ ଉପରେ ନକରାତ୍ମକ ପ୍ରଭାବ ବି ପଡ଼େ। ଯେପରି ନକଲି ଆପ୍‌ରେ ଥିବା ଭାଇରସ୍‌ ଓ ମାଲେଓ୍ଵୟାର ଜରିଆରେ ଆପଣଙ୍କ ଡିଭାଇସ୍େ‌ର ଥିବା ବ୍ୟକ୍ତିଗତ ଡାଟା ଚୋରି ହେବାର ବହୁ ସମ୍ଭାବନା ରହିଥାଏ। ତେଣୁ ଆପ୍ଲିକେସନ୍‌ ଡାଉନ୍‌ଲୋଡ କରିବା ସମୟରେ କେତେଟି ବିଶେଷ ଦିଗ ପ୍ରତି ଧ୍ୟାନ ଦେବା ନିହାତି ଆବାଶ୍ୟକ।
 
ପ୍ରକାଶକ: ଆପ୍‌ ବ୍ୟବହାରକାରୀ ପ୍ରଥମେ ପ୍ରକାଶକ ସଂସ୍ଥା ଓ ନାମ ଉପରେ ଧ୍ୟାନ ଦିଅନ୍ତୁ। ଅନେକ ଥର ନକଲି ଆପ୍‌ର ପ୍ରକାଶକ ଅସଲି ଆପ୍‌ର ପ୍ରକାଶକଙ୍କ ନାମ ସହିତ ସମାନ ହୋଇଥାଏ। ଯେଉଁଥିପାଇଁ  ବ୍ୟବହାରକାରୀ କେଉଁଟା ଅସଲି ଓ ନକଲି ବାରି ନ ପାରି ନକଲି ଅପ୍ଲିକେସନ୍‌ ଡାଉନ୍‌ଲୋଡ କରି ଦେଇଥାଆନ୍ତି।
 
ସମୀକ୍ଷା: ଆପ୍‌ ଅସଲି ହେଉ ଅବା ନକଲି  ପ୍ରତ୍ୟେକ ଆପ୍‌ ଡାଉନ୍‌ଲୋଡ କରିବା ପୂର୍ବରୁ ତାହାର ସମୀକ୍ଷା କରିବାକୁ ଭୁଲନ୍ତୁ ନାହିଁ। ଯଦି ଆପ୍‌ ଡାଉନ୍‌ଲୋଡ କରିବା ସମୟରେ କଛି ଆସୁବିଧା ପରିଲକ୍ଷିତ ହୁଏ, ତେବେ ଆପ୍‌ ସମୀକ୍ଷା ନିଶ୍ଚୟ ପଢ଼ୁନ୍ତୁ। ଏଥିରେ ଯଦି କିଛି ନକରାତ୍ମକ କଥା ଲେଖାଯାଇଥାଏ ତେବେ ଜାଣି ରଖନ୍ତୁ ଏହା ଏକ ନକଲି ଆପ୍ଲିକେସନ୍‌ ଅଟେ।
 
ପ୍ରକାଶନ ତାରିଖ: ଅନେକ ସମୟରେ ଦେଖାଯାଇଥାଏ ଆପ୍ଲିକେସନ୍‌ ଡାଉନ୍‌ଲୋଡ କରିବା ସମୟରେ ନକଲି ଆପ୍‌ ପ୍ରକାଶନ ତାରିଖ କିଛି ଦିନ ପୂର୍ବର ରହିଥାଏ। କିନ୍ତୁ ଅସଲି ଆପ୍‌ ସର୍ବଦା ଅପଡେଟ୍‌ ଅନ୍‌ ତାରିଖ ହିଁ ରହିଥାଏ।
 
ବନାନ: ନକଲି ଆପ୍‌ରେ ଟାଇଟଲ କିମ୍ବା ଆପ୍‌ର ବର୍ଣ୍ଣନାରେ ଅନେକ ବନାନ୍‌ ତ୍ରୁଟି ରହିଥାଏ। ଯାହାକି ଅସଲି ଆପ୍ଲିକେସନ୍‌ରେ  କଦାପି ବନାନ ତ୍ରୁଟି ରହି ନଥାଏ। 
 
ଅଗାମୀ ଦିନରେ ବ୍ୟବହାରକାରୀ ଆପ୍ଲିକେସନ୍‌ ଡାଉନ୍‌ଲୋଡ ସମୟରେ ଯଦି ଉପରୋକ୍ତ  ତ୍ରୁଟି ପାଉଛନ୍ତି,  ତେବେ ସେହି ଆପ୍ଲିକେସନ୍‌ ଡାଉନ୍‌ଲେଡ୍‌ କରିବାରୁ ନିଜକୁ ନିବୃତ୍ତ ରଖନ୍ତୁ।
Disclaimer : All the Videos, Audios and information provided on A1 CREATIVES STUDIO is for informational and entertainment purposes only.  WE make no claim of ownership of the contents or materials, no representations as to accuracy, completeness, correctness, suitability, or validity of any information on this channel and will not be liable for any errors, omissions, or delays in this information or damages arising from its display or use. We have embeded/ shared/ collected all the contents from public domains like Youtube / Facebook / Google etc.WATCH,LIKE ,SHARE AND SUBSCRIBE OUR CHANNEL

More from this channel