Mahatma Gandhi on Mother Tongue - ଗାନ୍ଧୀଙ୍କ ଦୃଷ୍ଟିରେ ମାତୃଭାଷା | Dash Benahur - (ମଣିଷ ଗାନ୍ଧୀ-1)

1,743 views · Published 17 November 2017 · 5:46 · Indexed 22 September 2026

Channel: OdishaLIVE · 2017 · Education

Watch on YouTube

#MahatmaGandhi #Gandhiji #GandhijiMotivation #WebSeries  

Celebrated writer and Gandhi expert Dash Benahur speaks on the subject 'Mahatma Gandhi on Mother Tongue' (ଗାନ୍ଧୀଙ୍କ ଦୃଷ୍ଟିରେ ମାତୃଭାଷା) as a part of the Web Series 'Gandhi Manisha' of OidshaLIVE.

Language: Odia  

ମହାତ୍ମା ଗାନ୍ଧିଙ୍କ ଜୀବନ କାହାଣୀକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଓଡ଼ିଶାଲାଇଭ୍ ୱେବ୍ ଚ୍ୟାନେଲର ପ୍ରୟାସ – ‘ମଣିଷ ଗାନ୍ଧି’।

ଓଡ଼ିଶା ଏବଂ ଗାନ୍ଧି ବିଷୟକୁ ନେଇ ବିଭିନ୍ନ ଅନାଲୋଚିତ କଥା। ଓଡ଼ିଶାର ଗାଁ ଗାଁ ବୁଲି ଲୋକଙ୍କ ସହ ମିଶିଛନ୍ତି ଗାନ୍ଧି। ଓଡ଼ିଶା ସହ ଗାନ୍ଧିଙ୍କର ରହିଛି ଅଭୁଲା ସଂଯୋଗ। ପ୍ରମୁଖ ୱେବ୍ ଚ୍ୟାନେଲ ଓଡ଼ିଶାଲାଇଭ୍ ପକ୍ଷରୁ ମହାତ୍ମାଗାନ୍ଧିଙ୍କ ଜୀବନକୁ ଆଧାରକରି ଏହି ୱେବସିରିଜ୍ ହୋଇଛି। ପ୍ରତିଷ୍ଠିତ ଶିଶୁ ସାହିତ୍ୟିକ ଏବଂ ଲେଖକ ଦାଶ ବେନହୁର ଏହି ଭିଡିଓ ସିରିଜ୍‌ରେ ଓଡ଼ିଶା ଏବଂ ଗାନ୍ଧି ବିଷୟକୁ ନେଇ ବିଭିନ୍ନ  ଅନାଲୋଚିତ କଥା ଉପସ୍ଥାପନ କରୁଛନ୍ତି।

ସାଧାରଣତଃ ଆମେ ଗାନ୍ଧିଙ୍କୁ ମହାତ୍ମା ବା ଭଗବାନ ରୂପେ ଦେଖୁ। ତେବେ ମୋହନ ଦାସ କରମଚାନ୍ଦ ଗାନ୍ଧି ବା ଗାନ୍ଧିଜୀ ଥିଲେ ଅନ୍ୟମାନଙ୍କ ଭଳି ଜଣେ ସାଧାରଣ ମଣିଷ। ତେଣୁ ଗାନ୍ଧିଜୀଙ୍କ ଜୀବନର ସେହି ଅସାଧାରଣ କଥାକୁ ଉପସ୍ଥାପନ କରିବାକୁ ଯାଇ ଏହି ୱେବ ସିରିଜ୍‌ର ଶୀର୍ଷକ ରଖାଯାଇଛି ‘ମଣିଷ ଗାନ୍ଧି’।

“ଗାନ୍ଧିଙ୍କୁ ଆମେ ମହାତ୍ମା ଭାବରେ ପୂଜା କରୁ। ଏହା ଫଳରେ ସାଧାରଣ ମଣିଷ ଓ ମହାତ୍ମା ଗାନ୍ଧିଙ୍କ ମଧ୍ୟରେ ଏକ ଦୂରତା ସୃଷ୍ଟି ହୋଇଯାଏ। ଏହି ଦୂରତାକୁ ହଟାଇ ମହାତ୍ମା ଗାନ୍ଧିଙ୍କୁ ଜଣେ ସାଧାରଣ ମଣିଷ ଭଳି ଉପସ୍ଥାପନ କରିବା ହେଉଛି ‘ମଣିଷ ଗାନ୍ଧି’ ସିରିଜ୍‌ର ମୂଳ ଆଭିମୁଖ୍ୟ”, କହିଛନ୍ତି ଦାଶ ବେନହୁର।

“ସ୍ୱାଧୀନତା ସଂଗ୍ରାମ ସମୟରେ ମହାତ୍ମା ଗାନ୍ଧି ଅନେକ ଥର ଓଡ଼ିଶା ଆସିଛନ୍ତି। ସେ ଓଡ଼ିଶାର ବିଭିନ୍ନ ଅଞ୍ଚଳ ପାଦରେ ଚାଲି ଚାଲି ବୁଲିବା ସହ ବିଭିନ୍ନ ସଭାରେ ସାଧାରଣ ଲୋକଙ୍କ ସହ ଯୋଡ଼ି ହୋଇଛନ୍ତି। ଓଡ଼ିଶାରେ ତାଙ୍କର ରହଣି ସମୟରେ ଏଭଳି ଅନେକ ଶିକ୍ଷଣୀୟ କଥା ରହିଛି ଯାହା ଆମର ପରବର୍ତ୍ତୀ ପିଢ଼ି ଜାଣିବା ଦରକାର। ତେଣୁ ଡିଜିଟାଲ୍ ମିଡିଆ ମାଧ୍ୟମରେ ଗାନ୍ଧି ଏବଂ ଓଡ଼ିଶା ବିଷୟକୁ ନେଇ ଓଡ଼ିଶାଲାଇଭ୍‌ର ଏହା କ୍ଷୁଦ୍ର ପ୍ରୟାସ”, କହିଛନ୍ତି ଓଡ଼ିଶାଲାଇଭ୍‌ର ମୁଖ୍ୟ ସମ୍ପାଦକ ଏବଂ ସିଇଓ ନୀଳାମ୍ବର ରଥ।


 
ସ୍ୱାଧୀନତାର ସଂଗ୍ରାମର ଇତିହାସକୁ ଦେଖିଲେ ଜାଣି ହେବ ମହାତ୍ମା ଗାନ୍ଧିଙ୍କ ପାଇଁ ଓଡ଼ିଶା ଥିଲା ଏକ ପ୍ରୟୋଗଶାଳା। ଦାରିଦ୍ର୍ୟ ଏବଂ ଦଳିତ ଏହି ଦୁଇଟି ବିଷୟରେ କାମ କଲା ଭଳି ଗାନ୍ଧିଙ୍କୁ ଓଡ଼ିଶାରୁ ଅନେକ ପ୍ରେରଣା ମିଳିଥିଲା। ଓଡ଼ିଶାରେ ଗାଁ ଗାଁ ବୁଲି ସାଧାରଣ ଲୋକଙ୍କ ସହ ମିଶି ସେ ଅନୁଭବ କରିଥିଲେ ଯେ ଗୋଟିଏ ଦେଶର ସାମଗ୍ରିକ ବିକାଶ ପାଇଁ କାମ ଗାଁ ସ୍ତରରୁ ହିଁ ଆରମ୍ଭ କରାଯିବା ଦରକାର। ଓଡ଼ିଶା ସହ ଗାନ୍ଧିଙ୍କ ଏହି ଅଭୁଲା ସଂଯୋଗର ଏକ ଡିଜିଟାଲ୍ ସୂତ୍ର ହେବ ଓଡ଼ିଶାଲାଇଭର ୱେବ୍ ସିରିଜ୍ ‘ମଣିଷ ଗାନ୍ଧି’।

ଏହି ୱେବ ସିରିଜ୍‌ରେ ପ୍ରଥମ ପର୍ଯ୍ୟାୟରେ ୫ଟି ବିଷୟରେ ଲେଖକ ଦାଶ ବେନହୁର ଯେଉଁ କାହାଣୀଗୁଡ଼ିକ ଉପସ୍ଥାପନ କରିଛନ୍ତି ତାହା ମଧ୍ୟରେ ରହିଛି ଗାନ୍ଧିଙ୍କ ଦୃଷ୍ଟିରେ ମାତୃଭାଷା, ମହାତ୍ମା ମାଗିଲେ ଭିକ୍ଷା, ଗାନ୍ଧିଙ୍କ ପାଇଁ ନୂଆ ଜଗ୍ ଏବଂ ଗାନ୍ଧିଙ୍କ ମୁହଁରେ ପଖାଳର ପ୍ରଶଂସା। ଏହି ଉପସ୍ଥାପନା ବେଳେ ମଧୁସୂଦନ ଦାସ, ଗୋପବନ୍ଧୁ ଏବଂ ରମାଦେବୀଙ୍କ ଭଳି ବରପୁତ୍ରମାନଙ୍କ ସମ୍ପର୍କରେ ମଧ୍ୟ ଉଲ୍ଲେଖ ଅଛି।

ଦର୍ଶକମାନେ ଓଡ଼ିଶାଲାଇଭ୍‌ର ୟୁ ଟ୍ୟୁବ୍ ଚ୍ୟାନେଲ୍ www.youtube.com/odishalive ମାଧ୍ୟମରେ ଏହି ଭିଡିଓଗୁଡ଼ିକ ଦେଖିପାରିବେ ଓ ନିଜର ପ୍ରିୟ ପରିଜନଙ୍କ ସହ ମୋବାଇଲ୍ ମାଧ୍ୟମରେ ଲିଙ୍କ ସେୟାର କରିପାରିବେ। ଏଗୁଡ଼ିକୁ ମଧ୍ୟ ଫେସବୁକ୍ ଏବଂ ଡେଲିହଣ୍ଟ ପ୍ଲାଟଫର୍ମରେ ଓଡ଼ିଶାଲାଇଭ୍ ମାଧ୍ୟମରେ ଉପଲବ୍ଧ ହେବ ବୋଲି ଚ୍ୟାନେଲର ସିଓ ନୀଳାମ୍ବର ରଥ କହିଛନ୍ତି।

---
An OdishaLIVE Web Production.

Web Channel: www.odishalive.tv
(A Web Initiative of Academy for Media Learning Private Limited)
M-6, Samanta Vihar, Near Kalinga Hospital,
Bhubaneswar-751017 (Odisha).

Email: [email protected]
Tel: +91-674-2303311

Produced and broadcast in public interest.

Copyright Statement: All rights reserved 'Academy for Media Learning Private Limited'. This content is available for mass viewing only through this platform or through any other platform as presented by Academy for Media Learning Private Limited from time to time. Any unauthorised download of this content for any personal or commercial use is restricted. Unauthorised use of the content or any part of the same for mass viewing or broadcast or use in other productions without written permission of the producer is illegal and may violate copyright laws.

More from this channel